ରାଜ୍ୟରେ ଆଜି ୧୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୮/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୧୯ ଜିଲ୍ଲାରୁ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦, ବାଲେଶ୍ୱରରୁ ୪, ବରଗଡ଼ରୁ ୮, ଭଦ୍ରକରୁ ୩ , ବଲାଙ୍ଗୀର ରୁ ୬, କଟକରୁ ୯,  ଗଜପତିରୁ ୩, ଗଞ୍ଜାମରୁ ୧, ଯାଜପୁରରୁ ୩, ଝରସୁଗୁଡ଼ାରୁ ୩, କଳାହାଣ୍ଡି ରୁ ୨, କେନ୍ଦ୍ରାପଡ଼ା ରୁ ୧, ଖୋର୍ଦ୍ଧା ରୁ ୮, ମୟୁରଭଞ୍ଜରୁ ୨,  ନୂଆପଡ଼ାରୁ ୧୧, ପୁରୀରୁ ୧, ରାୟଗଡ଼ାରୁ ୧ , ସମ୍ବଲପୁରରୁ ୯, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।