ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିବା ଘଟଣା, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ

ଭୁବନେଶ୍ୱର,୨୮/୦୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ।  ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ବିଧାୟକ। ପରେ ଗୃହରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ । ଆଉ ଏହି  ଡାଲି ଫିଙ୍ଗିବା ଘଟଣାରେ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବିଜେପି ମୁଖ୍ୟ ସଚେତକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ନଦେବାରୁ, ମେଣ୍ଟାଲ ହେଲଥ ଡିସଅର୍ଡର ଶବ୍ଦକୁ ବାଦ ଦାବି କରି ଗୃହରେ ହଙ୍ଗମା କରୁଥିଲେ ବିଜେପି ବିଧାୟକ ।