ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳ ଭାବେ ଘୋଷଣା

ନୂଆଦିଲ୍ଲୀ, ୨୭/୦୯: ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ତେଣୁ ଅକ୍ଟୋବର ପହିଲାରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଂଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତ ଦେହ ମିଳିବା ଘଟଣାରେ ରାଜ୍ୟରେ ପୁଣି ହିଂସାପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି । ପ୍ରଦର୍ଶନକାରୀ ଓ ପୁଲିସ ମୁହାଁମୁହିଁ ଘଟଣା ହିଂସାକୁ ବୃଦ୍ଧି କରିବା ସହ ମାହୋଲକୁ ପୁଣି ବିଗାଡିଛି । ମଣିପୁରରେ ମେ ମାସରୁ ଉତେଜନା ଜାରି ରହିଛି । କୁକି ଓ ମୈଇତି ସମ୍ପ୍ରଦାୟ ମଧ୍ୟରେ ଚାଲିଛି ବିବାଦ ।  ସେପଟେ ଟୁଇଟ କରି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।