ରୋଜଗାର ମେଳା: ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୯: ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି । ସୂଚନାଯୋଗ୍ୟ ଯେ ୨୨ ଅକ୍ଟୋବର, ୨୦୨୨ରେ ରୋଜଗାର ମେଳା ଯୋଜନାର ଶୁଭାରମ୍ଭ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୨୦୨୩ ଶେଷ ସୁଦ୍ଧା ଦେଶରେ ୧୦ ଲକ୍ଷ ସରକାରୀ ଚାକିରି ଦିଆଯିବ । ଗତ ୧୦ ମାସ ଭିତରେ ୮ଟି ରୋଜଗାର ମେଳାରେ ୫ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟା ସରିଛି ।