ଘରେ ପଶି ସ୍ୱାମୀ ସ୍ତ୍ରୀକୁ ବିଭତ୍ସ ହତ୍ୟା କଲେ ଦୁର୍ବୃତ

ଭୁବନେଶ୍ୱର,୨୬/୦୯:ଗଜପତି ଜିଲ୍ଲା ମୋହନା ଘୋଡାପଙ୍କା ଗାଁରେ ଡବଲ ମର୍ଡରକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ଘରେ ପଶି ସ୍ୱାମୀ ସ୍ତ୍ରୀକୁ ବିଭତ୍ସ ହତ୍ୟା । ରାତିରେ ଧାରୁଆ ଅସ୍ତ୍ରରେ ହାଣି ଦୁର୍ବୃତମାନେ ହତ୍ୟା କରିଥିବା ଅନୁମାନ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପ୍ରଥମେ ସ୍ୱାମୀକୁ ହତ୍ୟା କରିବା ପରେ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ବିଳମ୍ବିତ ରାତିରେ ଅଡବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।