ସୁନ୍ଦରଗଡ଼ରେ ଆଉ ୧୪ ଜଣ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ

ସୁନ୍ଦରଗଡ଼,୨୫/୦୯: ଭୟ ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍‌ । ଏହାରିମଧ୍ୟରେ ସୁନ୍ଦରଗଡ଼ରେ ଆଉ ୧୪ ଜଣ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ୨୪୪ ଜଣ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହଟ ହୋଇଛନ୍ତି। ୮୬ଟି ରକ୍ତନମୁନା ପରୀକ୍ଷା ହେବା ପରେ ସେଥିରୁ ୧୪ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍‌ ରୋଗ ଚିହଟ ହୋଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୨୪୪ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥଥିବା ସ୍ବାସ୍ଥ୍ୟ ବିଭଗ ସୂଚନା ଦିଆଯାଇଛି।