ଏସିଆନ୍ ଗେମ୍ସ-୨୦୨୩ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୫/୦୯: ଏସିଆନ୍ ଗେମ୍ସ-୨୦୨୩ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ । ଚୀନର ହୋଙ୍ଗଝାଉରେ ଆୟୋଜିତ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନର ଭାରତ ଏହି ସ୍ୱର୍ଣ୍ଣ ଅର୍ଜନ କରିଛି । ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ ଇଭେଣ୍ଟରେ ଭାରତ ଏହି ପଦକ ଜିତିବାର ସୌଭାଗ୍ୟ ଲାଭ କରିଛି । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁନ୍ଦ୍ରକେଶ ପାଟିଲ ଓ ଦିବ୍ୟାଂଶ ସିଂଙ୍କ ମିଳିତ ପ୍ରୟାସରେ ଭାରତକୁ ଆଣିଦେଇଛନ୍ତି ଏହି ସଫଳତା । ପ୍ରଥମରୁ ଏହି ତିିନିଜଣ ଭଲ ପ୍ରଦର୍ଶନ କରିଚାଲିଥିଲେ । ତେବେ ତୃତୀୟ ଓ ଚତୁର୍ଥ ସିରିଜରେ ଭଲ ପ୍ରଦର୍ଶନ କରିବା ସହ ପଂଚମ ଓ ଷଷ୍ଠ ସିରିଜରେ ବାଜିମାତ କରିଥିଲେ । ଏସିଆନ୍ ଗେମ୍ସରେ ଭାରତ ଏ ପର୍ଯ୍ୟନ୍ତ ଜିତିଲାଣି ୭ପଦକ । ପ୍ରଥମ ଦିନରେ ଭାରତ ଖାତାକୁ ଆସିଥିଲା ୫ ପଦକ । ଦ୍ୱିତୀୟ ଦିନ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିସାରିଛି ।