ଆସନ୍ତା ୫ରେ ମହାପ୍ରଭୁଙ୍କ ହେବ ବନକଲାଗି ନୀତି

ଭୁବନେଶ୍ୱର,୨୪/୦୯: ବହୁ ବାଦ ବିବାଦ ଭିତରେ ଆସନ୍ତା ୫ରେ  ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସରୁ ଅଧିକ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ଶେଷଥର ପାଇଁ ଅଗଷ୍ଟ ୯ ଏବଂ ୨୩ ତାରିଖରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା । ନୀଳାଦ୍ରି ବିଜେ ବେଳେ ଦତ ମହାପାତ୍ର ସେବକମାନେ ପ୍ରତି ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ । ଆଉ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପାତ୍ର ନିଯୋଗ ମଧ୍ୟରେ ପ୍ରବଳ ବିବାଦ ହୋଇଥିଲା । ତେବେ ଏହାରି ଭିତରେ ପୁଣିଥରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ । ଯେଉଁଥିପାଇଁ ଶ୍ରୀମୁଖ ମଳିନ ପଡ଼ିବା ନେଇ ଅସନ୍ତୋଷ ଦେଖାଇଥିଲା ।