ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ

ଭୁବନେଶ୍ୱର, ୨୩/୦୯: ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳର ଯାଞ୍ଚ କରିବ ଏବଂ ବାୟୁମଣ୍ଡଳକୁ ଅତିକ୍ରମ କରି ଶେଷରେ ସମୁଦ୍ରରେ ପଡିବ । ବିକିନିର ଓଜନ ମାତ୍ର ୪୦ କେଜି । ମହାକାଶରେ ଡେଲିଭରୀ ପହଞ୍ଚାଇବ ଏହାର ଉଦ୍ଦେଶ୍ୟ ।