ସୁନ୍ଦରଗଡ଼ରେ ୧୦ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ

ସୁନ୍ଦରଗଡ଼,୨୩/୦୯: ସୁନ୍ଦରଗଡ଼ରେ ୧୦ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୨୧ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ୧୦ ଓ ବୁଧବାର ୭ , ଗୁରୁବାର ୬ ଓ ଶୁକ୍ରବାର ୫ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ସହ ସଂଖ୍ୟା୨୨୧ରେ ପହଞ୍ଚିଛି। ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଅ।ଯାଉଛି । ତେବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି।