୨୦୨୩-୨୪ ବଜେଟ, ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୨/୦୯: ଆଜିଠୁ ଓଡିଶା ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ଏହାରିମଧ୍ୟରର ବିଧାନସଭାରେ  ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇଛି। ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ମିଶନଶକ୍ତି ପାଇଁ ୭୮୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ମେଟ୍ରୋ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମଧୁବାବୁ ପେନସନ ଯୋଜନା ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ପାଇଁ ୫ଶହ ୫୦ କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୬ କୋଟି, ସ୍ମାର୍ଟସିଟି ଯୋଜନାକୁ ୧୦୦ କୋଟି, ଆମ ଓଡିଶା ନବୀନ ଓଡିଶା ପାଇଁ ୧ ହଜାର ୩ଶହ ୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାସହ ଆସନ୍ତା ସୋମବାର ଯାଏଁ ଗୃହକାର୍ଯ୍ୟ ମୁଲତବୀ ରଖିଛନ୍ତି ବାଚସ୍ପତି ।