ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୨୭/୧: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଗିରଫ ମାମଲାରେ ଆଜି ଉଭୟ ବାପ, ପୁଅଙ୍କ ଜାମିନ ମଂଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ମିଳିଲା ଜାମିନ। ଉଭୟ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ । ଉଭୟଙ୍କୁ ଜାମିନ ମିଳିଥିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦଙ୍କ ସୂଚନା ଦେଇଛନ୍ତି।