ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର,୨୨/୦୯: ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି । ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି । ବାଚସ୍ପତି ଭାବେ ପ୍ରମିଳା ଦାୟିତ୍ୱ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ପାଇଛି । ଏହା ଏକ ଐତିହାସିକ ମୁହୂର୍ତ୍ତ । ଏହାସହ ବିରୋଧୀ ଦଳ ନେତା ମଧ୍ୟ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରପେକ୍ଷତା ନୀତି ଆପଣାଇବାକୁ କହିଛନ୍ତି । ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସର୍ବସମ୍ମତି କ୍ରମେ ନିଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରମିଳା ।