ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୦୯: ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ସୌମ୍ୟଙ୍କ ନାଁରେ ଇଓଡବ୍ଲୁରେ କେସ୍ ହୋଇଥିଲା । ବ୍ୟାଙ୍କ୍ ଜାଲିଆତି ଅଭିଯୋଗରେ ଦଳ ସୁପ୍ରିମୋ ଏଭଳି ଆକ୍ସନ୍ ନେଇଛନ୍ତି । ସେପଟେ ବିଧାୟକ ସୁଧାଂଶୁଙ୍କ ନାଁରେ ୩ କୋଟି ଟଙ୍କାର ସବ୍‌ସିଡି ଅର୍ଥ ଆତ୍ମସାତ୍ ନେଇ ଅଭିଯୋଗ ହୋଇଥିଲା ।

ଗତ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ଆଉ ଉପ-ସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଖାଲି ସେତିକି ନୁହେଁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ଷଡଙ୍ଗୀଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି ।