ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୦/୦୯:ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି ।ତେବେ ସେ ପ୍ରାର୍ଥୀ  ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଥମ ମହିଳା ବାଚସ୍ପତି ଭାବେ ଦଳ ପ୍ରାର୍ଥୀ କରିଛି । ନିର୍ବାଚିତ ହେଲେ ସମସ୍ତଙ୍କ ସହଯୋଗ ନେଇ କାମ କରିବି । ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିଛି । ମୁଁ  ଗୃହ ଚାଲିଲା ବେଳେ ସବୁ ଦଳକୁ ନେଇ କାମ କରିବି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ କାମ କରିବି ।

ସୂଚନାଯୋଗ୍ୟ ଯେ ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।