ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍, ଆଉ ୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୯/୦୯: ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗୋଟିଏ ଦିନରେ ଜିଲ୍ଲାରେ ଆଉ ୧୦ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମଧ୍ୟରୁ ରାଉରକେଲାରୁ ୨୦ ଟି ମାମଲା ରହିଛି । ସେହିପରି ସୁନ୍ଦରଗଡରୁ ୧୪ ସଂକ୍ରମିତ ରହିଛନ୍ତି । ତେବେ ଗତ ୧୦ ଦିନ ପୂର୍ବେ ସ୍କ୍ରବ ଟାଇଫସରେ ସୁନ୍ଦରଗଡର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେ କହିଛନ୍ତି, ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି ।ଜିଲ୍ଲାର ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ଥିତିକୁ ନଜରରେ ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।