ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର,୧୮/୦୯: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। କିଛି ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଏନେଇ ଘୋଷଣା କରିଛନ୍ତି । ତେବେ ଦୀର୍ଘ ଦିନ ଧରି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପରେ ଏବେ ଏହି ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍କୁଲରେ ତାଲା ପଡିଥିଲା। ସ୍କୁଲ ବନ୍ଦ ଥିବାରୁ  ଘରକୁ ଫେରିଯାଉଥିିଲେ ଛାତ୍ରଛାତ୍ରୀ । ଏହାସହ ପିିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା।