ଭୁବନେଶ୍ୱର,୧୮/୦୯: ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଥିଲେ ତାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ତାଙ୍କର ପରିବାରଜନ ଓ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ । ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ଗୀତାଙ୍କୁ ମୁଖାଗ୍ନି ଦେଇଥିଲେ । ଶନିବାର ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ ବୃତଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ଦେହାନ୍ତ ହୋଇଥିଲା । ସୂଚନାଯୋଗ୍ୟ ଯେ ଗତ ଶନିବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ୮୦ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।