ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସଡକ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର,୧୮/୦୯: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଅଭାବନୀୟ ଘଟଣା ଘଟିଛି। କାରକୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ପହଂଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ । କାରରେ ୫ ଜଣ ଯାତ୍ରୀ ଥିଲେ । ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ । ଏହି ସମୟରେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା ।