ଗୀତା ମେହେଟ୍ଟାଙ୍କ ପରଲୋକରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭/୦୯: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭଣୀ ଗୀତା ମେହେଟ୍ଟାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୀତା ପରିବେଶ ସୁରକ୍ଷା ଏବଂ ଜଳ ସରଂକ୍ଷଣ ପାଇଁ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୀତା ବହୁପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି ମୋଦୀ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶୋକପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ସେ ଜଣେ ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ଥିଲେ । ଡକୁମେଣ୍ଟାରୀ ଫିଲ୍ମ ବି ତିଆରି କରିଥିଲେ ଗୀତା ମେହେଟ୍ଟା । ଆମେରିକାର ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ । ୧୯୪୩ରେ ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ଜନ୍ମ ହୋଇଥିଲା । ଭାରତ ଓ ୟୁକେର କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢା ହୋଇଥିଲା । ଗୀତା ମେହେଟ୍ଟା ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନା ଲେଖିକା ଥିଲେ । ତାଙ୍କ ଲିଖିତ ପୁସ୍ତକଗୁଡିକ ହେଲା-ଏ ରିଭର ସୁତ୍ର, ଦି ଇଟରନାଲ ଗଣେଶ, ସ୍ନେକ ଆଣ୍ଡ ଲାଡର୍ସ ଓ କର୍ମ କୋଲା ।