ବହୁପ୍ରତୀକ୍ଷିତ ନେତାଜୀ ବସ ଟର୍ମିନାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୦୯: ବହୁପ୍ରତୀକ୍ଷିତ କଟକର ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଆଜି ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି।

ସେଠାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।୨୦୨୧ ଜାନୁଆରି ୨୩ ତାରିଖ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।