ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ନିହତ

ନୂଆଦିଲ୍ଲୀ, ୧୬/୦୯: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାର ହାଥ୍‌ଲାଙ୍ଗ୍‌ ଅନ୍ତର୍ଗତ ଉରିର ‘ଫର୍‌ୱାର୍ଡ’ ଅଞ୍ଚଳରେ ସେନା ଓ ବାରମୂଳା ପୁଲିସ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି। ଅନ୍ୟପଟେ ଅନନ୍ତନାଗ କୋକରନାଗରେ ମଧ୍ୟ ସେନା ଅପରେସନ୍ ଜୋରଦାର ଜାରି ରହିଛି । ଏଠାରେ ୪ ଦିନ ହେବ ଆତଙ୍କବାଦୀ ଓ ନିରପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ‘ଡ୍ରୋନ୍‌ ସର୍ଭିଲେନ୍‌ସି’ କରାଯାଉଛି।