ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଭୟଙ୍କର ଦୁର୍ଘଟଣା, ୪ମୃତ

ଭୁବନେଶ୍ୱର,୧୫/୦୯: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ତିରୁପତି ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତକ ୪ଜଣ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାର ବୋଲି ଜଣାପଡିଛି । ସେମାନଙ୍କୁ ଚିତ୍ତୋର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ମୃତକ ଓ ଗୁରୁତର ଚିକିତ୍ସା ପାଇଁ ପୂର୍ବରୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲ ଯାଇଥିଲେ । ସେଠାରୁ ଏକ ଆମ୍ବୁଲାନ୍ସ ଜରିଆରେ ଫେରୁଥିବାବେଳେ ତିରୁପତି ରାଜପଥର ତେଲାଗୁଣ୍ଡଲା ନିକଟରେ ଆମ୍ବୁଲାନ୍ସ ଏକ ଅଏଲ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ୪ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି ।