ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍

ଭୁବନେଶ୍ୱର,୧୫/୦୯: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ । ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ପାଣି । ବାମ ପଟରୁ ୧୩ଟି ଗେଟ୍‌ ଖୋଲି ଦିଆଯାଇଥିବା ବେଳେ ଦକ୍ଷିଣ ପଟର ୭ଟି ଗେଟ୍‌ ଖୋଲାଯାଇଛି । ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍‌ରେ ପହଞ୍ଚିଥିଲା । ଉଲ୍ଲେଖ‌ଯୋଗ୍ୟ ଯେ, ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଏବଂ ଜଳପ୍ରବେଶ ହାର ବଢ଼ୁଥିବାରୁ ଗତକାଲି ଅଧିକ ଗେଟ୍ ଖୋଲା ଯାଇଥିଲା ।