ଅକ୍ଟୋବର ପହିଲାରୁ ନୂଆ ନିୟମ, ବାର୍ଥ ସାର୍ଟିପିକେଟରେ ହେବ ଏହି କାମ

ଭୁବନେଶ୍ୱର,୧୫/୦୯:ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ଡ୍ରାଇଭିଙ୍ଗ ଲାଇସେନ୍ସ, ଶିକ୍ଷାନୁଷ୍ଠାନରେ ଆଡମିଶନ, ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।ଆଉ ଏହି ନିୟମ ଅନୁସାରେ, ଆଧାର କାର୍ଡଠାରୁ ଆରମ୍ଭ କରି ସବୁ ଜରୁରୀ କାଗଜପତ୍ର ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଡକୁମେଂଟ ଭାବେ ବ୍ୟବହାର କରାଯାଇପାରିବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି ।