ଚଳନ୍ତା କାରରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର, ୨୬/୧: ନବରଙ୍ଗପୁର ରେ ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଏକ ଚଳନ୍ତା କାରରେ ନିଆଁ ଲାଗିଥିବା ସୂଚନା ମିଳିଛି। ନବରଙ୍ଗପୁର ସହର ମାଝୀଗୁଡା ରାସ୍ତା ଦେଇ ବିଜରାଗୁଡା ଯାଉଥିବା ବେଳେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି କାର । କିନ୍ତୁ ନିଆଁ ଲାଗିଥିବା ପଛର କାରଣ ଅସ୍ପଷ୍ଟ ରହିଛି। ଏହାସହ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।