ପଞ୍ଜି ସ୍କିମ ମାମଲା, ଖୁବଶୀଘ୍ର ଜେରା ହେବେ ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା

ନୂଆଦିଲ୍ଲୀ, ୧୪/୦୯: ଖୁବଶୀଘ୍ର ଜେରା ହେବେ ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା। ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିିସ ଜାରି କରାଯାଇଛି । ୧ହଜାର କୋଟି ଟଙ୍କାର ଅନଲାଇନ ଅର୍ଥ ଠକେଇ ମାମଲାରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଇଓଡବ୍ଲ୍ୟୁ ଗୋବିନ୍ଦାଙ୍କୁ ଜେରା କରିବ ।

ସୂଚନା ଯୋଗ୍ୟ ଯେ ସୋଲାର ଟେକ୍ନୋ ଆଲାଏନ୍ସ ନାମକ ଏକ କମ୍ପାନୀ ବିଶ୍ୱର ବିଭିନ୍ନ ଦେଶରେ ନିଜର ଶାଖା ଖୋଲି କ୍ରିପ୍ଟୋକରେନ୍ସି ନିବେଶ ବାହାନାରେ ଏକ ଅନଲାଇନ ପଞ୍ଜି ସ୍କିମ ଚଳାଇଥିଲା । କମ୍ପାନୀ ସାରା ଦେଶରେ ୨ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ୧ ହଜାର କୋଟିରୁ ଅଧିକ ଟଙ୍କାର ଜମା ସଂଗ୍ରହ କରିଥିଲା ।ଗୋବିନ୍ଦା ଚଳିତ ବର୍ଷ ଜୁଲାଇ ମାସରେ ଗୋଆରେ କମ୍ପାନୀ ଦ୍ୱାରା ଆୟୋଜିତ ଏକ ମେଗା ଇଭେଣ୍ଟରେ ଯୋଗ ଦେଇଥିଲେ । ତେଣୁ ଓଡିଶା ଇଓଡବ୍ଲ୍ୟୁର ଏକ ଟିମ୍ ଖୁବଶୀଘ୍ର ମୁମ୍ବାଇରେ ପହଂଚି କମ୍ପାନୀ ସହ ତାଙ୍କର ସଂପର୍କ ବିଷୟରେ ଅଭିନେତାଙ୍କୁ ପଚରା ଉଚରା କରିବ ।