ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ

ଭୁବନେଶ୍ୱର,୧୪/୦୯: ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସଂଗ୍ରାମ କେଶରୀ ଜେନା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବରୁ ଗଞ୍ଜାମ ବୁଗୁଡାର ତହସିଲଦାର ଥିଲେ ସଂଗ୍ରାମ କେଶରୀ ଜେନା । ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଚଢ଼ାଉ ଜାରି ରହିଛି । ଖୋର୍ଦ୍ଧା ବାଲୁଗାଁରେ ତାଙ୍କର ଏକ ତିନି ମହଲା କୋଠା, ଟାଙ୍ଗୀରେ ଏକ କୋଠା ଓ ବାଲୁଗାଁରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । ଖୋର୍ଦ୍ଧା ବାଣପୁରରେ ତାଙ୍କର ୩ଟି ପ୍ଲଟ ମଧ୍ୟ ରହିଥିବା ଜଣାପଡିଛି ।