ଧାରଣାରେ ପ୍ରାଥମିକ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ

ଭୁବନେଶ୍ୱର,୧୩/୦୯:ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲରେ ପଡ଼ିଛି ତାଲା । ସ୍କୁଲ ବନ୍ଦ ଥିବାରୁ  ଘରକୁ ଫେରିଯାଉଛନ୍ତି ଛାତ୍ରଛାତ୍ରୀ । କୃଷ୍ଣପ୍ରସାଦ ବ୍ଲକର ୪ଶହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି । ସେହିପରି ବାଲେଶ୍ୱର, ଖଲିକୋଟରେ ମଧ୍ୟ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।ଛୁଟିରେ ରାଜ୍ୟର ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଠପ୍ ହୋଇଯାଇଛି । ଶିକ୍ଷକଙ୍କୁ ଆନ୍ଦୋଳନରୁ ହଟିବା ପାଇଁ ବିଭାଗ ଅପିଲ କରିଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି ଶିକ୍ଷକ । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଛନ୍ତି । ଆଜିଠୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି ।