ବାତ୍ୟା ଡାନିଏଲ୍‌ ଯୋଗୁଁ ଲିବ୍ୟାରେ ବର୍ଷା ଓ ବନ୍ୟା, ୨୦୦୦ ମୃତ

ନୂଆଦିଲ୍ଲୀ,୧୨/୦୯: ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ପାଖାପାଖି ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏହାସହ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ଲିବ୍ୟାର ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା। ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫/୬ ହଜାର ହେବ ବୋଲି ସେ ଆକଳନ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍‌’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା।