ମରୋକ୍କୋ ପରେ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୧/୦୯: ମରୋକ୍କୋ ପରେ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ୬ ତୀବ୍ରତାର ସହ ଭୂକମ୍ପ ଅନୁଭୂତ ହୋଇଛି। ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ଜଣାଯାଇଛି। ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା। ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଥିଲା। ଏପ୍ରିଲ ମାସରେ ୨ଥର ଭୂକମ୍ପର ଝଟକା ଲାଗିବା ପରେ ଏବେ ପୁଣି ଥରେ ଭୂକମ୍ପ ହେବା ଇଣ୍ଡୋନେସିଆବାସୀଙ୍କୁ ଡରାଇଛି।