ଗୋଟିଏ ପରିବାରର ୩ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୦/୦୯: ବରଗଡ଼ ସୋହେଲାରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ଜଣ ସାଙ୍ଗ ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ହେଲେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛନ୍ତି ମା’ ।

ବରଗଡ ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଜି ବିଷ ପିଇ ଦେଇ ଘର କବାଟ ବନ୍ଦ କରିଥିଲେ । ପଡ଼ୋଶୀ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଂଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାନସିକ ଚାପରେ ପୁରା ପରିବାର ଏଭଳି ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।