ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ୍ ହେଲେ କୋକୋ ଗଫ୍

ଭୁବନେଶ୍ୱର,୧୦/୦୯: ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ୍ ହୋଇଛନ୍ତି ଆମେରିକାର କୋକୋ ଗଫ୍ । ମାତ୍ର ୧୯ବର୍ଷ ବୟସରେ ଏହା ହାସଲ କରିଛନ୍ତି। ଆର୍ୟାନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଏଥିରେ ଗଫଙ୍କୁ ୨୫ କୋଟିର ପୁରସ୍କାର ରାଶି ସହ ଟ୍ରଫି ମିଳିଛି । ପିଲାବେଳୁ ବାପା, ମା’ଙ୍କ ସହ ୟୁଏସ୍ ଓପନ୍ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ଆସୁଥିଲେ ଗଫ୍ ।  ଏହି ମ୍ୟାଚରେ ଚାମ୍ପିଅନ୍ ହେବା ପରେ ଟେନିସ୍ କୋର୍ଟରେ କାନ୍ଦିପକାଇଥିଲେ ଗଫ୍ । ଏହାସହ ନିଜର ସଫଳତା ପାଇଁ ଗଫ୍ ବାପା , ମା’, ଜେଜେ ବାପା, ଜେଜେ ମା’ ଙ୍କୁ ଶ୍ରେୟ ଦେଇଛନ୍ତି ।