ଯୁବ ବିଜେଡି ନେତାଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୦/୦୯: ଶେରଗଡରେ ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି ।  ଘଟଣାସ୍ଥଳରୁ ମଧୁଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଶେରଗଡ ଥାନା ପକ୍ଷରୁ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି । ପୋଲିସ ଏହା ବ୍ୟତୀତ ଅନ୍ୟ ଦିଗକୁ ମଧ୍ୟ ଦେଖୁଛି ଏବଂ ତଦନ୍ତ ଆରମ୍ଭ କରିଛି । ଏଯାଏଁ ମଧୁଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ହୋଇନଥିବାରୁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।