ବିକ୍ରମ ଲ୍ୟାଣ୍ଡରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୨ ଅର୍ବିଟର

ନୂଆଦିଲ୍ଲୀ, ୦୯/୦୯: ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଚନ୍ଦ୍ରଯାନ-୨ର ଅର୍ବିଟର ଉତ୍ତୋଳନ କରିଛି । ଫଟୋରେ ଦେଖିବାକୁ ମିଳିଛି ଚନ୍ଦ୍ରରେ ରାତି ସମୟରେ ବିକ୍ରମର ଲ୍ୟାଣ୍ଡର ସ୍ଥିତି । ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଥିଲା ଯେଉଁଠାରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିିଥିଲା । ଲ୍ୟାଣ୍ଡର ବିକ୍ରମ ଅନ୍ଧାରରେ କିଭଳି ଦେଖାଯାଉଛି ତାର ଝଲକ ସେଠାରେ ଥିବା ଚନ୍ଦ୍ରଯାନ ଟୁ ଅର୍ବିଟର ଫଟୋ ଉଠାଇ ଜଣାଇଛି । ଏହି ଫଟୋରେ ଚନ୍ଦ୍ରପୃଷ୍ଠ ନୀଳ, ସବୁଜ ଓ ଗାଢ କଳା ଦେଖାଯାଇଛି । ଏହା ମଝିରେ ରହିଛି ଲ୍ୟାଣ୍ଡର । ଫଟୋର ଲ୍ୟାଣ୍ଡର ବିକ୍ରମ ହଳଦିଆ ରଙ୍ଗ ପରି ଦୃଶ୍ୟମାନ ହୋଇଛି । ପ୍ରଜ୍ଞାନ ରୋଭର ଓ ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ସ୍ଲିପ୍ ମୋଡରେ ରହିଛନ୍ତି ।