ମରକ୍କୋରେ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୬୩୨କୁ ବୃଦ୍ଧି

ନୂଆଦିଲ୍ଲୀ,୦୯/୦୯: ମରକ୍କୋରେ ଭୂମିକମ୍ପ ଅନୁଭୂତ ହୋଇଛି।  ୬.୮ ତୀବ୍ରତାର ସହ ଭୂକମ୍ପ ଦକ୍ଷିଣ-ପଶ୍ଚିମ ମରାକେଶ, ମରକ୍କୋ ଓ ଡାକଝୋରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂମିକମ୍ପ ରାତି ୧୧.୧୧ ଟାରେ ମାରକେଶର ଠରୁ ୭୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ୧୮.୫ କିଲୋମିଟର ଗଭୀରତାରୁ ଆସିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୬୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜଧାନୀ ସ୍ୱାତରୁ ୩୨୦ କିଲୋମିଟର ଦୂର ଦକ୍ଷିଣ ପର୍ଯ୍ୟଟକ ସହର ମାରାକେଚ୍ ଅଞ୍ଚଳରେ ୨୭ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦକ୍ଷିଣ ଓରଜାଜେଟ ଅଞ୍ଚଳରେ ୪ଜଣଙ୍କର ମୃତ୍ୟୁ ହୋଇଛି ।