G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ

ଭୁବନେଶ୍ୱର,୦୯/୦୯: ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଭାରତ ମଣ୍ଡପମରେ ପହଞ୍ଚିଛନ୍ତି ବିଶ୍ୱ ନେତା । ଜଣଙ୍କ ପରେ ଜଣେ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ସମ୍ମିଳନୀକୁ ପ୍ରଥମେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଥିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ । ବର୍ତ୍ତମାନ ସମସ୍ତଙ୍କ ସହ ମିଶି ଚାଲିବାର ସମୟ । ବିଶ୍ୱରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ଜି-୨୦ରେ ଆଫ୍ରିୟୀକ ସଂଘ ସ୍ଥାୟୀ ସଂସଦ୍ୟ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହା ସହ ମରୋକ୍କୋ ଭୂମିକମ୍ପ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ମରୋକ୍କୋ ସହ ସାରା ବିଶ୍ୱ ଠିଆ ହୋଇଛି । ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଉଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏବେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା ଚାଲିଛି ।