୭ ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ଘୋଷଣା, ଜାଣନ୍ତୁ କେଉଁଠି କାହାର ବାଜିମାତ

ନୂଆଦିଲ୍ଲୀ,୮/୦୯: ଦେଶର ୬ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୭ ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି । ଏହି ଉପନିର୍ବାଚନରେ ତ୍ରିପୁରାର ଧନପୁର ଓ ବୋକ୍ସାନଗର ଓ ଉତ୍ତରାଖଣ୍ଡର ବାଗେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି । ଅନ୍ୟପକ୍ଷରେ ଝାଡ଼ଖଣ୍ଡର ଝୁମରୀରେ ଜେଏମ୍ଏମ୍, ପଶ୍ଚିମବଙ୍ଗର ଧୂପଗଡ଼ି ନିର୍ବାଚନମଣ୍ଡଳୀରେ ଟିଏମସି ଓ କେରଳର ପୁଥୁପଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଉତ୍ତରପ୍ରଦେଶ ଘୋସି ନିର୍ବାଚନମଣ୍ଡଳୀରେ ସମାଜବାଦୀ ପାର୍ଟି ବିଜୟ ହାସଲ କରିଛିି ।