ଆସନ୍ତା ୧୬ରେ ଲୋକାର୍ପିତ ହେବ ନେତାଜୀ ବସ ଟର୍ମିନାଲ

ଭୁବନେଶ୍ୱର,୮/୦୯: ଆସନ୍ତା  ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଟର୍ମିନାଲର ଉଦଘାଟନ କରିବେ। ଏହାସହ ସେ ରାଣୀହାଟ ଠାରେ ଥିବା କ୍ଳକ ଟାୱାର, ଛତ୍ରବଜାର ଅର୍ବାନ ହାଟ, ବୋଟ କ୍ଲବ, ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପାଠାଗାର ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଯୋଜନାର ଶିଳାନ୍ୟାସ କରିବେ। ତେବେ ଟର୍ମିନାଲରେ ଆସନ୍ତା ୧୧ରୁ ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ବସ୍‌ ଚଳାଚଳ ଆରମ୍ଭ ହେବ।