ସ୍ବତନ୍ତ୍ର ଅଧିବେଶନ ଇଣ୍ଡିଆ ହେବ ଭାରତ ବୋଲି ଆସିପାରେ ପ୍ରସ୍ତାବ

ନୂଆଦିଲ୍ଲୀ,୬/୯: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ ହେବ। ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ ନାମରେ ନାମିତ କରିବା ପାଇଁ ବି ଏହି ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଆସିପାରେ। ‌ଦେଶର ସମ୍ବିଧାନ ଏବେ ଦେଶକୁ ‘ଇଣ୍ଡିଆ ଦାଟ୍‌ ଇଜ୍‌ ଭାରତ….’ ତଥା ଇଣ୍ଡିଆ ଯାହା ଭାରତ…‌ ବୋଲି କହୁଛି। କିନ୍ତୁ ସମ୍ବିଧାନରେ ସଂଶୋଧନ ଆଣି ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଏବେ ଦାବି ଜୋର ଧରିଲାଣି। ତେଣୁ କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତାବ ଆଣିପାରନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଏହି ପରିବର୍ତ୍ତନ ପାଇଁ ସମର୍ଥନ କରିଛନ୍ତି। ଭାଗବତ ମଧ୍ୟ ପୂର୍ବରୁ ଲୋକଙ୍କୁ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କହିବାପାଇଁ ଅନୁରୋଧ କରିଥିଲେ।