ପୁଣି ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା

ନୂଆଦିଲ୍ଲୀ, ୨୫/୧: ପୁଣି ସୀମାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଉତ୍ତର ସିକିମର ନାକୁ ଲା’ରେ ଦୁଇ ଦେଶର ସେନା ହାତାହାତି ହୋଇଛନ୍ତି । ଭାରତର ସୀମା ଭିତରକୁ ପଶିଲାବେଳେ ବାଧାଦେଇଥିଲା ଭାରତୀୟ ସେନା । ଏହି ସଂଘର୍ଷରେ ଚୀନର ପାଖାପାଖି ୨୦ସୈନିକ ଆହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ପଛକୁ ଘୁଞ୍ଚିଛି ଚୀନ ସେନା । ଏହାସହ ସଂଘର୍ଷରେ ୪ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି।