ନୂଆଦିଲ୍ଲୀ,୪/୦୯: ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଲ୍ୟାଣ୍ଡର ବିକ୍ରମ ନିଜର ଇଞ୍ଜିନ ନିଜେ ଷ୍ଟାର୍ଟ କରି ୪୦ ସେଂଟିମିଟର ଉପରକୁ ଉଠିବା ପରେ ସଫ୍ଟ ଅବତରଣ କରିଛି । ଏହାପରେ ପୁଣି ସୁରକ୍ଷିତ ଅବତରଣ ମଧ୍ୟ କରିଛି । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି ।
ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୂନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପେ-ଲୋଡରେ ମୁତୟନ ଥିବା ରାମ୍ପ, ଚାଷ୍ଟେ, ଇଲସା ପୁନର୍ବାର ସଫଳତାର ମୁତୟନ କରଯାଇଛି ।
Chandrayaan-3 Mission:
🇮🇳Vikram soft-landed on 🌖, again!Vikram Lander exceeded its mission objectives. It successfully underwent a hop experiment.
On command, it fired the engines, elevated itself by about 40 cm as expected and landed safely at a distance of 30 – 40 cm away.… pic.twitter.com/T63t3MVUvI
— ISRO (@isro) September 4, 2023