ଶ୍ରୀଜୀଉଙ୍କ ରାହୁରେଖା ଲାଗି ନୀତି, ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୪/୦୯: ଆଜି ଭାଦ୍ରବ-କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଅପରାହ୍ଣ ୩ଟାରୁ ୮ ଯାଏଁ ଅର୍ଥାତ ୫ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ତେଣୁ ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ  ବନ୍ଦ ରହିବ ସାଧାରଣ ଦର୍ଶନ । ବିଗ୍ରହମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହଯାଏ ।ଭୋଗମଣ୍ଡପ ନୀତି ପରେ ପାଳିଆ ସେବକ ଓ ଦଇଦାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି । ତେଣୁ ଆଜି ଭୋଗମଣ୍ଡପ ପରେ ରାହୁରେଖା ଲାଗି ଗୁପ୍ତ ନୀତି ଓ ପ୍ରାୟ ୪ ଘଣ୍ଟାରେ ନୀତି ହୋଇଥିବାରୁ ୩ଟାରୁ ରାତି ୮ଟା ଓାରଣ ଦର୍ଶନ ବନ୍ଦ ରହିବ ।