ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ

ନୂଆଦିଲ୍ଲୀ,୩/୦୯: ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି । ଏନେଇ ତାଙ୍କ ସ୍ତ୍ରୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି କ୍ରିକେଟ ଖେଳିଥିଲେ । ନିଜ କ୍ୟାରିୟରରେ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେ ତାଙ୍କର ପରିଚୟ ଥିଲା। ତେବେ ୨୦୨୧ରେ ତାଙ୍କ କୋଚିଂ କ୍ୟାରିୟରକୁ ଝଟକା ଲାଗିଥିଲା । ଦୁର୍ନୀତିରେ ସାମିଲ ହୋଇଥିବା ଦର୍ଶାଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତଙ୍କ ଉପରେ ୮ ବର୍ଷର କଟକଣା ଲଗାଇଥିଲେ । କିଛି ଦିନ ତଳେ ମଧ୍ୟ ହିଥ ଷ୍ଟ୍ରିକଙ୍କ ପରଲୋକ ନେଇ ଖବର ପ୍ରକାଶ ପାଇଥିଲା । ପରେ ଏହା ଗୁଜବ ବୋଲି ଜଣାପଡ଼ିଥିଲା । ହେଲେ ଏଥର ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।