ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଶାଳ ରାଲି କରିବ ଇଣ୍ଡିଆ ମେଣ୍ଟ, ୧୩ ଜଣିଆ ସମନ୍ୱୟ କମିଟି ଗଠନ

ଭୁବନେଶ୍ୱର,୧/୦୯: ଆଜି ମୁମ୍ବାଇରେ ବସିଥିବା ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଡିହେବ ଭାରତ, ଜିତିବ ଭାରତ ନାରା ଘୋଷଣା ହୋଇଛି । ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଶାଳ ରାଲି କରିବ ଇଣ୍ଡିଆ ମେଣ୍ଟ । ଏନେଇ ନିଷ୍ପତ୍ତିି ହୋଇଛି । ଏହାସହ ୧୩ ଜଣିଆ ସମନ୍ୱୟ କମିଟି ଗଠନ ହୋଇଛି । କଂଗ୍ରେସରୁ କେସି ବେଣୁଗୋପାଳ, ଏନସିପିରୁ ଶରଦ ପାୱାର, ଆରଜେଡିରୁ ତେଜସ୍ୱୀ ଯାଦବ, ନ୍ୟାସନାଲ କନଫରେନସରୁ ଓମାର ଅବଦୁଲ୍ଲା, ପିଡିପିରୁ ମେହବୁବା ମୁଫତି, ଡିଏମକେରୁ ଏମ.କେ ଷ୍ଟାଲିନ୍, ଶିବସେନା ଉଦ୍ଧବ ଗୋଷ୍ଠୀରୁ ସଂଞ୍ଜୟ ରାଉତ, ଜେଡିୟରୁ ଲଲନ ସିଂହ, ଆମ ଆଦମୀ ପାର୍ଟିରୁ ରାଘବ ଚଢା, ଝାଡଖଣ୍ଡ ମୁକ୍ତି ମୋର୍ଚାରୁ ହେମନ୍ତ ସୋରେନ, ସମାଜବାଦୀ ପାର୍ଟିରୁ ଜାଭେଦ ଖାନ୍ ।