ବିଜେଡି ବିଧାୟକ ବ୍ରଜକିଶୋରଙ୍କ କ୍ୟାମ୍ପ ଅଫିସରେ ବୋମା

ଭୁବନେଶ୍ୱର,୧/୦୯: ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ପରିସରରେ ବୋମା ଜବତ ହୋଇଛି । ଏହାପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି । ଟାଇମର ବୋମା ଜବତ ପରେ କିଏ ଓ କାହିଁକି ଏହି ବୋମା ରଖିଛି ସେ ନେଇ ତନାଘନା ଆରମ୍ଭ ହୋଇଛି ।  ବମ ସ୍କ୍ୱାର୍ଡ ଟିମକୁ ଡକାଯାଇଥିବା ତାଳଚେର ଏସଡିପିଓ କହିଥିବା ସୂଚନା ରହିଛି ।