ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା

ପୁରୀ,୩୧/୦୮: ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ । ଦେବୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଦୁଇ ଭାଇଙ୍କ ପାଇଁ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଏଥିସହ ୪ ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ନୀତି ଅନଯାୟୀ ଲାଗି କରାଯିବ । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି ରାକ୍ଷୀ ପ୍ରସ୍ତୁତ ହୋଇଛି । ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମାପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହେଇଛି । ସ୍ୱତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପରେ ଦେବୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ।