ଶ୍ରୀହରିକୋଟା ଲଞ୍ଚ ପ୍ୟାଡରେ ଲାଗିଲା ଆଦିତ୍ୟ-L1

ଭୁବନେଶ୍ୱର,୩୦/୦୮: ଚନ୍ଦ୍ରଯାନର ସଫଳତା ପରେ ଏବେ ଇସ୍ରୋର ସୂର୍ଯ୍ୟ ମିଶନ । ମିଶନ ସୂର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ। ସେପ୍ଟେମ୍ବର ୨ ତାରିଖରେ ଭାରତ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏବେ ପିଏସଏଲଭି-ସି୫୭ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ନିଆଯାଇଛି । ଯାହା ଆଦିତ୍ୟ-L1କୁ ନେଇ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ରହିଛି । ଏନେଇ ଇସ୍ରୋ ସ୍ପେସଫ୍ଲାଇଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ଶୁକ୍ରବାର ଦିନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ । ଯାହାକୁ ନେଇ ଭାରତ ସମେତ ସାରା ବିଶ୍ୱର ଉତ୍କଣ୍ଠା ବଢିଛି । ମହାକାଶ ଯାନ ପିଏସ୍ଏଲଭି- ସି-୫୭, ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବ । ଆଦିତ୍ୟ –ଏଲ୍ୱାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟର ଅନୁଧ୍ୟାନ କରିବ । ପୃଥିବୀ ଠାରୁ ୧୫ଲକ୍ଷ କିମି ଦୂରରେ ରହି ସୂର୍ଯ୍ୟର ଅଜଣା ତଥ୍ୟ ଉପରେ ସଂଗ୍ରହ କରିବ ।