ଭୁବନେଶ୍ୱର,୩୦/୮: ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ବିଏସକେୱାଇ ଅନ୍ତର୍ଭୁକ୍ତ ପରିବାରର ପିଲା ହୋଇ ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି । ଡାକ୍ତରଖାନରେ ଏଣିକି ମାଗଣା ଚିକିତ୍ସା ସେମାନଙ୍କୁ ଯୋଗାଇଦିଆଯିବ । ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଏହି ସୁବିଧା ମିଳିବ । ଖାଦ୍ୟ ସୁରକ୍ଷା ଆଇନ୍ ଡାଟାବେସରେ ମଧ୍ୟ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସହଜରେ ହୋଇପାରିବ । ଅଭିଭାବକ ମାନେ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ । ସ୍ୱାସ୍ଥ୍ୟସଚିବ ଶାଳିନୀ ପଣ୍ଡିତ ଏନେଇ ବିଏସକେୱାଇ ସହ ଜଡିତ ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରିଛନ୍ତି ।