ଘୋଷଣା ହେଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ

ଭୁବନେଶ୍ୱର,୨୯/୦୮: ଆଜି ଘୋଷଣା ହୋଇଛି ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ୍ ପରୀକ୍ଷା ଦେବେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାର୍ଥୀ। ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଓପିଏସସି ଜଣାଇଦେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହା ସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟ ଆଗାମୀ ଦିନରେ ଜଣାପଡିବ ବୋଲି ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।